ଫାଇଟର ଏୟାରକ୍ରାଫ୍ଟ ତେଜସ: ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବେଙ୍ଗାଲୁରୁ: ହାଲୁକା ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଡ଼ାଣ ପରେ ମୋଦି କହିଛନ୍ତି- ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଛି। ଟୁ-ସିଟର ତେଜସ ଟ୍ରେନର ଭାରିଆଣ୍ଟରେ ସେ ଉଡାଣ ଭରିଥିଲେ। ବାୟୁସେନା ଓ ନୌସେନା ଦ୍ବାରା ତେଜସ ପରିଚାଳିତ ହୋଇଥାଏ। ୪ ପଏଣ୍ଟ ୪ ଜେନେରେସନର ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ତେଜସକୁ ଗ୍ରାଉଣ୍ଡ ଅପରେସନରେ ବ୍ୟବହାର କରାଯାଇଥାଏ।ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ପରିଦର୍ଶନ କରିବା ଅବସରରେ ତେଜସରେ ଉଡାଣ ଭରିଛନ୍ତି ପିଏମ ମୋଦି।