ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ଜଣେ ଷ୍ଟାର ଅଲରାଉଣ୍ଡର । ସୋସିଆଲ ମିଡିଆରେ ଏକ ଛୋଟ ପୋଷ୍ଟ କରି ସେ ହଠାତ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଇମୋସନାଲ ପୋଷ୍ଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ବିଶ୍ୱକପ ପରେ ପରେ ସେ ଅଚାନକ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରି ଦେଇଛି । କ୍ରିକେଟ କ୍ୟାରିୟରରେ ସପୋର୍ଟ କରିଥିବା ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ କ୍ରିକେଟ ଜଗତରୁ ସେ ବିଦାୟ ନେଇଛନ୍ତି ।ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଇମାଦ ୱାସିମ । ଦୀର୍ଘ ଦିନରୁ ଦଳରେ ସ୍ଥାନ ମିଳୁ ନଥିବାରୁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ ନଥିଲା । ତେବେ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ପାକିସ୍ତାନ ଟିମରେ ସ୍ତାନ ମିଳି ନଥିଲା । ତେଣୁ ବିଶ୍ୱକପ ସରିବା ମାତ୍ରେ କ୍ରିକେଟରୁ ବିଦାୟ ନେଇଛନ୍ତି ଇମାଦ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି ।ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, “କିଛି ଦିନରୁ ମୋ ଅନ୍ତର୍ଜାତୀୟ କ୍ରିକେଟକୁ ନେଇ ଚିନ୍ତା କରୁଥିଲି । କିନ୍ତୁ ବର୍ତ୍ତମାନ କ୍ରିକେଟରୁ ଅବସର ନେବାର ଉଚିତ ସମୟ ବୋଲି ମୋତେ ଅନୁଭବ ହେଉଛି । ପ୍ରକିସ୍ତାନ କ୍ରିକେଟ ବୋର୍ଡ ତରଫରୁ ମୋତେ ମୋ କ୍ରିକେଟ କ୍ୟାରିୟରରେ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ପାକିସ୍ତାନ ଦଳର ପ୍ରତିନିଧିତ୍ୱ କରିବା ପ୍ରକୃତରେ ସମ୍ମାନଜନକ ବିଷୟ । ପାକିସ୍ତାନ ତରଫରୁ ଇମାଦ ୱାସିମ ୧୨୧ଟି ଟି-୨୦ ମ୍ୟାଚ ଖେଳିବା ମୋ ପାଇଁ ସ୍ୱପ୍ନ ସତ ହେବା ଭଳି ଘଟଣା ।”
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post
Next Post