ପୁଣି ଥରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇଛି । ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗତ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୨ରୁ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ଜୁଲାଇ ମାସ ପହିଲା ଠାରୁ ତାହା ଲାଗୁ ହୋଇଥିଲା ।ତେବେ ଏହା ମଧ୍ୟରେ ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୁଇଟି କ୍ୟାଟେଗୋରୀର କର୍ମଚାରୀଙ୍କର ଡିଏ ବୃଦ୍ଧି ହୋଇଛି । ଷଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟୋଗ (ସିବିଏସଇ)ର କର୍ମଚାରୀଙ୍କ ପାଇଁ ଡିଏ ୯ ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୨୨୧ ପ୍ରତିଶତରୁ ୨୩୦ରେ ପହଞ୍ଚି ଯାଇଛି । ସେହିପରି ପଞ୍ଚମ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଛି ।କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସାର୍ବଜନିନ ଉଦ୍ୟୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ୫ମ ଓ ୬ଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀମାନେ ଏହାର ଫାଇଦା ଉଠାଇ ପାରିବେ । ଯେଉଁ କର୍ମଚାରୀମାନଙ୍କ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିନଥାଏ ସେମାନଙ୍କର ଡିଏ ୪୬୨ ପ୍ରତିଶତରୁ ବଢ଼ାଯାଇ ୪୭୭ ପ୍ରତିଶତ କରାଯାଇ ପାରିବ । ସେହିପରି ଯେଉଁ କର୍ମଚାରୀମାନଙ୍କୁ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିଥାଏ ସେମାନଙ୍କର ଡିଏ ୪୧୨ ପ୍ରତିଶତରୁ ବଢ଼ାଯାଇ ୪୨୭ ପ୍ରତିଶତ କରାଯାଇ ପାରିବ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post