ଗତକାଲି ମୁମ୍ବାଇ ପୁଲିସ ଇମେଲ ମାଧ୍ୟମରେ ବିମାନବନ୍ଦରକୁ ବୋମା ମାଡ଼ କରିବାର ଧମକ ଦିଆଯିବା ପରେ ଏପରି ପରିସ୍ଥିତି ସୃଷ୍ଟିହୋଇଥିଲା। ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୨କୁ ବୋମାମାଡ଼ କରି ଉଡ଼ାଇଦେବାର ଧମକ ଦେଇଛି ଦୁର୍ବୃତ୍ତ ଜଣକ । ତୁରନ୍ତ ତାଙ୍କୁ ୧ ମିଲିଅନ ଡଲାର ବା ୧୦ ଲକ୍ଷ ଡଲାର ଦିଆ ନଗଲେ ଦୁର୍ବୃତ୍ତ ଜଣକ ଏପରି କରିବାକୁ ଧମକ ଦେଇଛନ୍ତି ।ପୁଲିସ ର ସୂଚନା ଅନୁଯାୟୀ, ଗୁରୁବାର ଦିନ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ କୁ ବୋମା ଦେବାର ଧମକ ଦେଇ ଏକ ଇମେଲ ଆସିଛି। ଇମେଲ ପଠାଇଥିବା ବ୍ୟକ୍ତିଜଣକ ମୁମ୍ବାଇ ବିମାନବନ୍ଦରରେ ବିସ୍ଫୋରଣ କରିବାକୁ ଧମକ ଦେଇଛନ୍ତି । ତେବେ ଏହାକୁ ଅଟକାଇବା ପାଇଁ ୪୮ ଘଣ୍ଟା ମଧ୍ୟରେ ବିଟକଏନ ଆକାରରେ ୧ ମିଲିୟନ ଆମେରିକୀୟ ଡଲାର (୧ ମିଲିୟନ ଡଲାର) ଦାବି କରିଛନ୍ତି । ଗୁରୁବାର ଦିନ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL)ର ଫିଡବ୍ୟାକ୍ ଇନବକ୍ସକୁ ଏହି ମେଲ ପଠାଯାଇଛି।ଏହି ମେଲରେ ଲେଖାଯାଇଛି: ‘ବିଷୟ: ବିସ୍ଫୋରଣ।’ । ମେଲର ଟେକ୍ସଟରେ ଲେଖାଯାଇଛି- ଏହା ବିମାନ ବନ୍ଦର ପାଇଁ ଶେଷ ଚେତାବନୀ । ଯଦି ବିଟକଏନ ଆକାରରେ ଏକ ମିଲିୟନ ଡଲାର ଦିଆଯାଇଥିବା ଠିକଣାରେ ପଠାନଯାଏ ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨ କୁ ବୋମାମାଡ଼ କରି ଉଡ଼ାଇଦେବୁ । ୨୪ ଘଣ୍ଟା ପରେ ଆମେ ଏ ନେଇ ଆଉ ଏକ ଚେତାବନୀ ଦେବୁ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post