ଭାରତର ରୋମାଞ୍ଚକ ବିଜୟ

ବିଶାଖାପାଟଣା: ପ୍ରଥମ ଟ୍ବେଣ୍ଟି-୨୦ ରେ ଭାରତର ରୋମାଞ୍ଚକ  । ଅଷ୍ଟ୍ରେଲିଆ ୨୦୮ ରନ୍‌ର ଲଢ଼ୁଆ ଲକ୍ଷ୍ୟ ଦେଇଥିଲେ ମଧ୍ୟ ବିଜୟ ହାସଲ କରିଛି। ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ‌ହୋଇଛି।   ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ପାୱାର ପ୍ଲେ ୬ ଓଭର ଶେଷ ବେଳକୁ ୬୩/୨ରେ ପହଞ୍ଚାଇଥି‌ଲେ। ଉଭୟ ଆଉ ଶାନ୍ତ ନ ପଡ଼ି ଆକ୍ରମଣ ଜାରି ରଖିଥିଲେ। ଉଭୟ ଠିକ ୧୦ ଓଭରରେ ୧୧୨ ରନ୍‌ ଯୋଡ଼ି ମ୍ୟାଚ୍‌କୁ ଭାରତ ଆଡ଼କୁ ଟାଣି ଆଣିଥିଲେ।  ସୂର୍ଯ୍ୟଙ୍କ ୪୨ ବଲ୍‌ ୮୦ ରନ୍ ମ୍ୟାଚ ବିଜୟ ଆଣିଥିଲା ।  ଶେଷ ବଲ୍‌ରୁ ଗୋଟିଏ ରନ୍‌ ଆବଶ୍ୟକ ଥିବାବେଳେ ସିନ୍ ଆବୋଟଙ୍କୁ ରିଙ୍କୁ ସିଂହ ଲଙ୍ଗ ଅନ୍‌ ଉପରେ ଛକା ମାରି ବିଜୟ ଆଣିଥିଲେ  । ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତିବା ସହ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା।  ସ୍ମିଥ୍ ୪୧ ବଲ୍‌ରୁ ୫୨ ରନ୍‌ କରି ରନ୍‌ ଆଉଟ୍ ହୋଇଯାଇଥିଲେ। ବିଶ୍ବକପ୍‌ ବିଜେତା ୱିକେଟରକ୍ଷକ ବ୍ୟାଟର୍‌ ‌ଜୋସ୍ ଇଙ୍ଗଲିସ୍‌ କିନ୍ତୁ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପାଳି ଖେଳି ଭାରତୀୟ ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଥିଲେ। ମାତ୍ର ୨୯ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିବା ପରେ ୪୭ ବଲ୍‌ରୁ ୧୦୦ ଅତିକ୍ରମ କରିଯାଇଥିଲେ। ଏହି ଫର୍ମାଟରେ କେବେ ଅର୍ଦ୍ଧଶତକ ମାରିନଥିବା ଇଂଲିସ୍‌ ୫୦ ବଲ୍‌ରୁ ୧୧୦ ରନ୍‌ କରି ପ୍ରସିଦ୍ଧ କୃ‌ଷ୍ଣଙ୍କ ଶିକାର ହୋଇଥିଲେ।