କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନର(ଇସି)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ପନୌତି ଶବ୍ଦ ବ୍ୟବହାର କରିଥିଲେ। ରାହୁଲଙ୍କ ଏହି ବୟାନ ପାଇଁ ଇସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ନଭେମ୍ବର ୨୫ ସୁଦ୍ଧା ଏହାର ଉତ୍ତର ରଖିବାକୁ କହିଛନ୍ତି ନିର୍ବାଚନ କମିଶନର।ସୂଚନାଯୋଗ୍ୟ, ବିଶ୍ୱକପ୍ କ୍ରିକେଟ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟ ପରେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି ପନୌତି ଶବ୍ଦ ବ୍ୟବହାର କରିଥିଲେ। ସେ ନଭେମ୍ବର ୨୧ରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ଏହି ବୟାନ ଦେଇଥିଲେ। ସେହି ସମୟରେ ରାହୁଲ କହିଥିଲେ ଯେ ‘ପିଏମ୍ ଅର୍ଥ ପନୌତି ମୋଦି। ମୋଦି ଟିଭିରେ ଆସନ୍ତି ଏବଂ ହିନ୍ଦୁ-ମୁସଲମାନ କୁହନ୍ତି। କେବେକେବେ କ୍ରିକେଟ୍ ମ୍ୟାଚ୍କୁ ଯାଆନ୍ତି। ଏଥର ସେ ହରାଇ ଦେଲେ’।ରାହୁଲଙ୍କର ଏହି ବୟାନକୁ ନେଇ ବିଜେପି ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରୁଛି। ନିର୍ବାଚନ କମିଶନଙ୍କଠାରେ ହୋଇଥିବା ଅଭିଯୋଗକୁ ଆଧାର କରି ଇସି ରାହୁଲଙ୍କୁ ଆଜି ନୋଟିସ୍ ଜାରି କରିଛି।
Trending
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ
- ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍
- ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଲେ ଜ୍ବାଇଁ
- ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପ
- ହଠାତ୍ ସୃଷ୍ଟିହୋଇଥିବା ବର୍ଷା ଓ ପବନ ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ
- ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
Next Post