କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ କମିଶନର(ଇସି)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ପନୌତି ଶବ୍ଦ ବ୍ୟବହାର କରିଥିଲେ। ରାହୁଲଙ୍କ ଏହି ବୟାନ ପାଇଁ ଇସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ନଭେମ୍ବର ୨୫ ସୁଦ୍ଧା ଏହାର ଉତ୍ତର ରଖିବାକୁ କହିଛନ୍ତି ନିର୍ବାଚନ କମିଶନର।ସୂଚନାଯୋଗ୍ୟ, ବିଶ୍ୱକପ୍ କ୍ରିକେଟ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟ ପରେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି ପନୌତି ଶବ୍ଦ ବ୍ୟବହାର କରିଥିଲେ। ସେ ନଭେମ୍ବର ୨୧ରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ଏହି ବୟାନ ଦେଇଥିଲେ। ସେହି ସମୟରେ ରାହୁଲ କହିଥିଲେ ଯେ ‘ପିଏମ୍ ଅର୍ଥ ପନୌତି ମୋଦି। ମୋଦି ଟିଭିରେ ଆସନ୍ତି ଏବଂ ହିନ୍ଦୁ-ମୁସଲମାନ କୁହନ୍ତି। କେବେକେବେ କ୍ରିକେଟ୍ ମ୍ୟାଚ୍କୁ ଯାଆନ୍ତି। ଏଥର ସେ ହରାଇ ଦେଲେ’।ରାହୁଲଙ୍କର ଏହି ବୟାନକୁ ନେଇ ବିଜେପି ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରୁଛି। ନିର୍ବାଚନ କମିଶନଙ୍କଠାରେ ହୋଇଥିବା ଅଭିଯୋଗକୁ ଆଧାର କରି ଇସି ରାହୁଲଙ୍କୁ ଆଜି ନୋଟିସ୍ ଜାରି କରିଛି।