ଭାରତୀୟ ଷ୍ଟାଣ୍ଡ-ଅପ କମେଡିଆନ ଦୀର ଦାସ ଇଣ୍ଟରନେସନାଲ ଏମୀ ଆୱାର୍ଡ ୨୦୨୩ ଜିତିଛନ୍ତି । ତାଙ୍କୁ ଏହି ଆୱାର୍ଡ ବେଷ୍ଟ ୟୁନିକ କମେଡିର କାଟାଗୋରୀରେ ମିଳିଛି । ବୀର ଦାସଙ୍କୁ ଏହି ଆୱାର୍ଡ ନେଟଫ୍ଲିକ୍ସ ଅରିଜିନାଲ- ‘ବୀର ଦାସ: ଲ୍ୟାଣ୍ଡିଙ୍ଗ’ ପାଇଁ ମିଳିଛି । ଏହି ଶୋ’ଟି କେବଳ ନେଟଫ୍ଲିକ୍ସରେ ଉପଲବ୍ଧ । ଏହି ଆୱାର୍ଡ ‘ଡେରୀ ଗାର୍ଲସ୍-ସୀଜନ ୩’ ସହିତ ମିଳିଛି । ଏହି ଦୁଇଟି ଶୋ ମଧ୍ୟରେ ବରାବର ମୁକାବିଲା ରହିଛି । ସେହିପରି ଏକତା କପୂରଙ୍କୁ ମଧ୍ୟ ଏମି ଡାୟରେକ୍ଟୋରେଟ ଆୱାର୍ଡ ମିଳିଛି । ସେ ଏହାକୁ ପାଇ ଭାବପ୍ରବଣ ହୋଇଯାଇଛନ୍ତି ।ଏମି ଆୱାର୍ଡସ ୨୦୨୩ର ମଞ୍ଚରେ ଏକତା କପୂରଙ୍କ ଜର୍ଣ୍ଣି ବିଷୟରେ କୁହାଯାଇଛି । ଗୋଟିଏ କ୍ଲିପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଏକତା କପୂରଙ୍କ ସିରିୟଲର ପ୍ରଶଂସା କରୁଛନ୍ତି । ଏହା ବ୍ୟତୀତ ଯେତେବେଳେ ଏକତା କପୂର ମଞ୍ଚରେ ଟ୍ରଫି ନେବାକୁ ପହଁଚିଲେ ସେତେବେଳେ ସେ ଇମୋସନାଲ ହୋଇଯାଇଛନ୍ତି । ନିଜ ଭାଷଣରେ ସେ ଏହି ଟ୍ରଫିକୁ ନିଜ ବାପା-ମାଆଙ୍କୁ ଡେଡିକେଟ କରିଛନ୍ତି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post