ସାରା ଦେଶରେ ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ । ତେବେ ବର୍ତ୍ତମାନ ଏହି ଟୋଲ ଟାକ୍ସରେ ୧୦୦% ଛାଡ଼ ହୋଇପାରିବ । ରାଜମାର୍ଗରେ ଏହି ଟୋଲ ଟାକ୍ସ ନ ଦେଇ ଯାତ୍ରା କରିପାରିବେ ଦିବ୍ୟାଙ୍ଗ ଗାଡ଼ି ଚାଳକ । ତେବେ ଏହି ନିୟମ କେବଳ ଗୋଟିଏ ରାଜ୍ୟରେ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ଏହି ରାଜ୍ୟରେ ଦିବ୍ୟାଙ୍ଗ ଗାଡ଼ିଚାଳକମାନଙ୍କୁ ମାଗଣା(ଟୋଲ ଟାକ୍ସ ବ୍ୟତୀତ) ଯାତାୟତର ସୁବିଧା ଦେବେ ରାଜ୍ୟ ସରକାର ।ଟୋଲ ଟାକ୍ସ ଚାଡ଼କୁ ନେଇ ଏଭଳି ଏକ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ରାଜ୍ୟର ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ଡା. ବଲଜୀତ କୌର କହିଛନ୍ତି ଯେ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପଞ୍ଜାବର ରାଷ୍ଟ୍ରୀୟ ରାଜମାର୍ଗରେ ଟୋଲରେ ୧୦୦% ଛାଡ଼ କରାଯାଇଛି । ତେବେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବାହନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହୋଇପାରିବ । ମୋଟର ଭେହିକିଲ ଆକ୍ଟ, ୧୯୮୮ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମ ଅନୁସାରେ, ଦିବ୍ୟାଙ୍ଗଙ୍କ ନାମରେ ରେଜିଷ୍ଟର ହୋଇଥିବା ଯାନବାହନ ପାଇଁ ଟୋଲ ପ୍ଲାଜାରେ ୧୦୦% ଛାଡ଼ କରାଯିବ । ତେବେ ଭିନ୍ନକ୍ଷମମାନଙ୍କୁ ନିଜ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଇତ୍ୟାଦି ଡିପୋଜିଟ କରିବାକୁ ପଡ଼ିବ ।ଏହାପରେ ଡା. ବାଲଜୀତ କହିଛନ୍ତି ଯେ, ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ନୂଆ/ପୁରୁଣା ଗାଡ଼ିକୁ ଦିବ୍ୟାଙ୍ଗଜନ ଭାବରେ ପରିବହନ ବିଭାଗରେ ଆବେଦନ ପତ୍ର ଦେଇ ପଞ୍ଜୀକୃତ କରାଇ ପାରନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post