ବାର୍ଦ୍ଧକ୍ୟରେ ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ବ୍ୟକ୍ତି ନିଜର ସଞ୍ଚୟକୁ ଉପଯୁକ୍ତ ଯାଗାରେ ନିବେଶ କରିଥିବ । ଏପରି ସ୍ଥିତିରେ ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସହାୟତା ପହଞ୍ଚାଇବା ଲାଗି ମୋଦି ସରକାର ୨୦୧୫ରେ ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ ।ଦେଶର କୌଣସି ବି ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ । ଏହି ପେନସନ ଯୋଜନାରେ ଆପଣ ପ୍ରତିଦିନ କେବଳ ୭ ଟଙ୍କା ବିନିଯୋଗ କରି ୬୦ ବର୍ଷ ପରେ ୫୦୦୦ଟଙ୍କା ମାସିକ ପେନସନ୍ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ହେବ ଆପଣଙ୍କୁ । ଯଦି ଆପଣଙ୍କୁ ବର୍ତ୍ତମାନ ୧୮ ବର୍ଷ ଏବଂ ଏହି ଯୋଜନାରେ ଆପଣ ପ୍ରତିଦିନ ୭ ଟଙ୍କା ନିବେଶ କରୁଛନ୍ତି ତାହେଲେ ୬୦ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ୫,୦୦୦ଟଙ୍କା ପେନସନ ମିଳିବ । କିନ୍ତୁ ଆପଣଙ୍କ ବୟସ ସହିତ ଆପଣଙ୍କ ନିବେଶ ରାଶି ବଦଳିଯିବ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post