ସାରା ଅଲ୍ଲୀ ଖାନଙ୍କ ଅପ୍‌କମିଂ ଫିଲ୍ମ

ମୋସନ ପୋଷ୍ଟର ରିଲିଜ

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅପ୍‌କମିଂ ଫିଲ୍ମ ‘ଏ ବତନ ମେରେ ବତନ’ର ଏକ ନୂଆ ମୋସନ୍‌ ପୋଷ୍ଟର ସେୟାର ହୋଇଛି । ସେହି ସମୟରେ ସେଠାରେ ସାରା ଅଲ୍ଲୀ ଖାନଙ୍କ ସହିତ ଷ୍ଟେଜ୍‌ରେ ଫିଲ୍ମ ମେକର କରନ ଜୋହର ମଧ୍ୟ ନଜର ଆସିଛନ୍ତି । ଜାନୁଆରି ମାସ ୭୪ତମ ଗଣତନ୍ତ୍ର ଦିବସରେ ଏହି ଫିଲ୍ମର ଫାର୍ଷ୍ଟ ଲୁକ୍‌ ସେୟାର ହୋଇଥିଲା । ଫିଲ୍ମ ‘ଏ ବତନ ମେରେ ବତନ’ ଏକ ସତ୍ୟ ଘଟଣାକୁ ନେଇ ହୋଇଛି । ଏଥିରେ ସାରାଙ୍କ ସିରିଏସ୍‌ ଲୁକ୍‌ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ସାରା ଉଷା ମେହେତାଙ୍କ ରୋଲ କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ସାରା ଏକ ଭିନ୍ନ ଲୁକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି ।ନଭେମ୍ବର ୨୦ରେ କରନ ଜୋହର ଇନ୍‌ଷ୍ଟାଗ୍ରାମରେ ସାରା ଅଲ୍ଲୀ ଖାନ୍‌ଙ୍କ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ସେ ମାଇକ୍ରୋଫୋନ୍‌ରେ କଥା ହେଉଥିବା ଦେଖିବା ପାଇଁ ମିଳିଛି ।