ୱାର୍ଲଡ କପକୁ ଅସମ୍ମାନ କଲେ ମିଚେଲ ମାର୍ଶ
ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ICC ୱାର୍ଲଡ କପ ୨୦୨୩ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ନେଇ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ୱାର୍ଲଡ କପ ବିଜେତା ହୋଇଯାଇଛି । ବ୍ଲୁ ଜର୍ସିରେ ଭରପୂର ଥିବା ଷ୍ଟାଡିୟମରେ ସମସ୍ତ ଭରାତବାସୀଙ୍କ ହୃଦୟ ଭାଙ୍ଗି ଦେଇ ନିଜ ସହିତ ବିଶ୍ୱକପ ନେଇଯାଇଥିଲା ଅଷ୍ଟ୍ରେଲିଆ । ଏହି ୱାର୍ଲଡ କପ ମ୍ୟାଚ ପାଇଁ ଖୁବ ଏକ୍ସସାଇଟେଡ଼ ଥିଲେ ଭାରତୀୟ କିନ୍ତୁ ସମଗ୍ର ଦେଶବାସୀଙ୍କ ହୃଦୟ ଭାଙ୍ଗିଯାଇଛି ଏହି ମ୍ୟାଚରେ । ଓପନର୍ ଟ୍ରାଭିସ୍ ହେଡ୍ ଏବଂ ମାର୍ନସ୍ ଲାବୁସାଗ୍ନେଙ୍କ ଅପରାଜିତ ପଚାଶ ଶତକ ହାସଲ କରି ଅଷ୍ଟ୍ରେଲିଆ ୪୩ ଓଭରରେ ୨୪୧ ର ଟାର୍ଗେଟକୁ ଅତି ସହଜରେ କମ୍ପ୍ଲିଟ କରିଥିଲା । ଯାହା ତାକୁ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିବାରେ ସାହାଯ୍ୟ କରିଥିଲା । ଟସ୍ ଜିତିବା ପରେ ମଧ୍ୟ ଫିଲ୍ଡିଂ କରିବାର ଡିସିସନ ଅଷ୍ଟ୍ରେଲିଆ ପାଇଁ ଗେମ ଚେଞ୍ଜର ବୋଲି ପ୍ରମାଣିତ ହୋଇଥିଲା ।