ସେଏନିସ୍ ପଲାସିଓସ୍ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍ ୟୁନିଭର୍ସ ୨୦୨୩ର ମୁକୁଟ ପିନ୍ଧିଛନ୍ତି । ସେଏନିସ୍ ପଲାସିଓସ୍ଙ୍କୁ ୨୦୨୨ର ମିସ୍ ୟୁନିଭର୍ସ ଆର୍ବୋନି ଗାବ୍ରିଏଲ୍ ମୁକୁଟ ପିନ୍ଧେଇଛନ୍ତି । ଆର୍ବୋନି ଗାବ୍ରିଏଲ୍ ମିସ୍ ୟୁଏସ୍ରୁ ମିସ୍ ୟୁନିଭର୍ସ ହୋଇଥିଲେ ।ସେଏନିସ୍ ପଲାସିଓସ୍ ନିକାରାଗୁଆର ବସବାସ କରନ୍ତି । ସେ ମିସ୍ ୟୁନିଭର୍ସ ହେବା ପୂର୍ବରୁ ମିସ୍ ନିକାରାଗୁଆର ଟାଇଟଲ୍ ଜିତିଥିଲେ । ନିକାରାଗୁଆର ପ୍ରଥମ ଝିଅ ସେଏନିସ୍ ପଲାସିଓସ୍ ଯିଏ ମିସ୍ ୟୁନିଭର୍ସ ଜିତିିଛନ୍ତି । ମିସ୍ ୟୁନିଭର୍ସ ଜିତିବା ପରେ ସେଏନିସ୍ ପଲାସିଓସ୍ ଇମୋସନାଲ୍ ହୋଇଥିବାର ନଜର ଆସିଥିଲେ । ସେହି ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଓ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ତାଙ୍କ ଡ୍ରେସ୍ କଥା କାହିବାକୁ ଗଲେ ସେ ଏକ ହ୍ଵାଇଟ୍ ଶିମିରି ଷ୍ଟୋନ୍ ଓ୍ଵାର୍କ ହୋଇଥିବା ଗାଉନ୍ ପିନ୍ଧିଥିଲେ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post