ଭୁକମ୍ପ ଯୋଗୁଁ କମ୍ପିଲା ମହାରାଷ୍ଟ୍ର

ଝଟକାରେ ଦୋହଲିଗଲା ଆଉ ୩ ରାଜ୍ୟ

ସକାଳୁ ସକାଳୁ ମହାରାଷ୍ଟ୍ରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩. ୫ ବୋଲି ମାପ କରାଯାଇଛି । ତେବେ ଭୂକମ୍ପ ଯୋଗୁଁ ଧନ ଜୀବନ ନଷ୍ଟ ହେବାର କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପ ସକାଳ ୫.୦୯ ରେ ଘଟିଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର ପୃଥିବୀ ପୃଷ୍ଠରୁ ୫ କିଲୋମିଟର ତଳେ ଥିଲା । ଏଥିରେ କୌଣସି କ୍ଷତି ହୋଇନଥିଲା, କିନ୍ତୁ ମହାରାଷ୍ଟ୍ର ବ୍ୟତୀତ ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ କମ୍ପନ ଅନୁଭୂତ ହୋଇଥିଲା । ଜଣାପଡିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲ୍ଲା ପୂର୍ବ ମହାରାଷ୍ଟ୍ରରେ ଅଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଠାରୁ ୨୫୫ କିଲୋମିଟର ଏବଂ ନାଗପୁର ଠାରୁ ୨୬୫ କିଲୋମିଟର ଦୂରରେ ବୋଲି କୁହାଯାଉଛି ।