ବିଶ୍ବକପ୍ ଫାଇନାଲ: ଭାରତର ବ୍ୟାଟିଂ ଜାରି
ଅହମଦାବାଦ୍: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ରବିବାର ଭାରତକୁ କ୍ରମାଗତ ଝଟକା ଲାଗିଛି। ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୁବ ବ୍ୟାଟର ଶୁବମନ୍ ଗିଲ୍ ପ୍ରଥମେ ଆଉଟ୍ ହୋଇଥିଲେ। ଗିଲ୍ ୭ଟି ବଲ୍ ସାମ୍ନା କରି ମାତ୍ର ୪ ରନ୍ ସଂଗ୍ରହ କରି ପାଭିଲିଅନ୍କୁ ଫେରି ଆସିଥିଲେ। ଭାରତୀୟ ଟିମ୍କୁ ସ୍କୋର ୩୦ ରନ୍ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍କୁ ଫେରିବା ପୂର୍ବରୁ ୩୧ଟି ବଲ୍ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍ ସଂଗ୍ରହ କରିଥିଲେ। ଭାରତକୁ ୮୧ ରନ୍ରେ ତୃତୀୟ ଝଟକା ଲାଗିଥିଲା। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍ ସାମ୍ନା କରି ଗୋଟିଏ ଚୌକା ମାରିଥିଲେ।