ଆଜିବି ଖରାପ ସ୍ଥିତିରେ ରହିଛି ବାୟୁର ଗୁଣବତ୍ତା ମାନ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୮ ରେକର୍ଡ ହୋଇଛି। ଗତକାଲି ତୁଳନାରେ କିଛି ସ୍ଥାନରେ ବାୟୁରମାନରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଖରାପ ସ୍ଥିତିରେ ରହିଛି । ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ ।କେବଳ ଦିଲ୍ଲୀ ନୁହଁ ଆଖପାଖ ରାଜ୍ୟରେ ମଧ୍ୟ ପ୍ରଦୂଷଣର ମାତ୍ରା ବଢିଛି । ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ଅନେକ ସ୍ଥାନରେ ପ୍ରଦୂଷଣର ମାତ୍ରା ଅତି ଖରାପ ସ୍ଥିତିରେ ରହିଛି । ବାୟୁର ମାନରେ ସୁଧାର ଆସୁନଥିବାରୁ କେନ୍ଦ୍ରର ସହାୟତା ଲୋଡ଼ିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । କଟକଣାକୁ ନେଇ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ନିୟମକୁ କଡ଼ାକଡ଼ା ଭାବେ ଲାଗୁ କରିବାକୁ ୬ ଜଣିଆ କମିଟି ଗଠନ କରାଯାଇଛି । ପରିବେଶ ବିଭାଗ ସଚିବଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ବଢିଥିବାରୁ ମୁଖ୍ୟତଃ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ଏହାର ଅଧିକ କୁପ୍ରଭାବ ପଡୁଛି ।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post