ଆସୁଛି ବାତ୍ୟା ମିଧିଲି

ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର 

ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତ ଆଜି ନେଇଛି ବାତ୍ୟା ‘ମିଧିଲି’ର ରୂପ । ବାତ୍ୟା ମିଧିଲି ଏବେ ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳ ମୁହା ହେଉଛି ମିଧିଲି। ଏବେ ପାରାଦୀପ ଉପକୂଳରୁ ୧୯୦ କିଲୋମିଟର ପୂର୍ବ ଓ ୨୦୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ଅଛି ବାତ୍ୟା।ବାତ୍ୟା ମୀଧିଲି ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି ଜାରି ରଖିବ । ଆଜି ରାତି କିମ୍ବା ଆସନ୍ତାକାଲି ଭୋର୍ ସମୟର ବାତ୍ୟା ବାଂଲାଦେଶ ଉପକୂଳର ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଓ ବଢ଼ି ୮୦ କିଲୋମିଟର ଛୁଇଁପାରେ । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ହାଲୁକା ବର୍ଷା ହେବ ।