୧୯୬୬ ନଭେମ୍ବର ୧୬ ତାରିଖରୁ ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆ (ପିସିଆଇ) କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଭାରତକୁ ଗଣତନ୍ତ୍ରରେ ପରିଣତ କରିବା ଦିଗରେ ପିସିଆଇର ଅବଦାନକୁ ସମ୍ମାନ ଜଣାଇବା ସହ ଏକ ମୁକ୍ତ ତଥା ସ୍ବାଧୀନ ପ୍ରେସ୍ର ଗୁରୁତ୍ବ ଉତ୍ଥାପନ କରିବା ଲାଗି ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଗଣମାଧ୍ୟମ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଅନ୍ୟତମ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା (ମୁଦ୍ରଣ ଓ ପ୍ରସାରଣ)ରେ କାର୍ଯ୍ୟରତ ସାମ୍ବାଦିକମାନେ ସମାଜ ଓ ବ୍ୟବସ୍ଥାର ଆଇନା ଭାବେ କାମ କରନ୍ତି।ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନଙ୍କର କାହାଣୀ ଓ ବିବରଣୀ ସମାଜର ବିଭିନ୍ନ ଦିଗକୁ ପ୍ରତିଫଳିତ କରିଥାଏ। ଭାରତୀୟ ସାମ୍ବାଦିକମାନେ ଯେପରି କୌଣସି ପ୍ରଭାବ ବା ବାହ୍ୟ କାରକ ଦ୍ବାରା ପରିଚାଳିତ ନ ହୁଅନ୍ତି, ସେଥିପ୍ରତି ପିସିଆଇ ଏକ ନୈତିକ ନିରୀକ୍ଷଣକାରୀ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ। ନଭେମ୍ବର ୧୬ ତାରିଖ ଗଣମାଧ୍ୟମର ସ୍ବାଧୀନତା, କର୍ତ୍ତବ୍ୟ ଓ ନାଗରିକଙ୍କ ପ୍ରତି ଥିବା ଦାୟିତ୍ବବୋଧକୁ ପ୍ରଦର୍ଶନ କରିଥାଏ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post