ଗୁଗଲ୍ AI କର୍ମଚାରୀଙ୍କୁ ଆକର୍ଷିତ ପ୍ୟାକେଜ

ବଢ଼ିଲାଣି ପ୍ରତିଯୋଗିତା

ଗତ ମାସରେ, ବ୍ଲୁମବର୍ଗ OpenAIର କର୍ମଚାରୀଙ୍କ ସେୟାର ସେଲକୁ ଏକ୍ସପ୍ଲୋର କରିଥିଲେ, ଯାହାର ମୂଲ୍ୟ ୮୬ ବିଲିୟନ ଡ଼ଲାର ଥିଲା । ନୂଆ ଭାବେ ନିଯୁକ୍ତି ନେବାକୁ ଥିବା କର୍ମଚାରୀଙ୍କୁ ୫ ମିଲିୟନ୍ ରୁ ୧୦ ମିଲିୟନ୍ ଡଲାର୍ ପ୍ୟାକେଜ୍ ମିଳିପାରେ । ରିପୋର୍ଟ ଅନୁଯାୟୀ ଗୁଗଲ୍ ଏବଂ ମେଟାର ଏକ୍ସପର୍ଟମାନେ OpenAIରେ ସଫଳତାର ସହ ଜଡିତ ହୋଇଛନ୍ତି । ଏହାର ChatGPT ଲଞ୍ଚରେ କମ୍ପାନୀ ପାଞ୍ଚ ଜଣ ପୂର୍ବତନ ଗୁଗଲ୍ ରିସର୍ଚ୍ଚରଙ୍କ ବିଷୟରେ ଉଲ୍ଲେଖ କରିଛି । ଖବର ଅନୁସାରେ ଫେବୃଆରୀ ପର୍ଯ୍ୟନ୍ତ OpenAI ୯୩ ଜଣଙ୍କୁ ନିଯୁକ୍ତି ଦେଇଛି ଯେଉଁମାନେ ଗୁଗଲ ଏବଂ ମେଟାରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୫୯ଜଣ ଗୁଗଲ୍ AI ଏବଂ ୩୪ ଜଣ ମେଟାରୁ ଆସିଥିଲେ ।ନିଜ ଟିମ୍‌ କୁ ମଜବୁତ କରିବା ପାଇଁ OpenAI ନିଜର ସୁପର ଆଲାଇନମେଣ୍ଟ ଟିମ୍‌ ପାଇଁ ଏକ ରିସର୍ଚ୍ଚ ଇଞ୍ଜିନିୟରଙ୍କୁ ନିଯୁକ୍ତ କରୁଛି । ଏହି ପଦବୀ ପାଇଁ ବାର୍ଷିକ ଦରମା ପ୍ୟାକେଜ୍ $ ୨୪୫,୦୦୦ରୁ $ ୪୫୦,୦୦୦ ମଧ୍ୟରେ ରହିଛି । କମ୍ପାନୀ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରୁଛି ।

ChatGPT ଆକ୍ଟିଭ ଭାବେ ଭଲ ଚିନ୍ତା ଧାରା ରଖୁଥିବା ବ୍ୟକ୍ତି, କୋଡିଙ୍ଗ୍‌ ଏକ୍ସପର୍ଟିଜ୍‌ ର AI ସିକ୍ୟୁରିଟିକୁ ନେଇ ସେଣ୍ଟିମେଣ୍ଟାଲ ଲୋକଙ୍କ ସନ୍ଧାନ କରୁଛି ।