ଉତ୍ତରକାଶୀ ଟନେଲ ସଙ୍କଟ : ଫଶିରହିଛନ୍ତି ୪୦ ଜଣ ଶ୍ରମିକ
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ସୁଡ଼ଙ୍ଗ ଭିତରେ ଗତ ତିନି ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଶ୍ରମିକଙ୍କ ନିକଟକୁ ଅମ୍ଲଜାନ ସହ ଖାଦ୍ୟ ପଠାଯାଉଛି । କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି। ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ୍ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି। ୨୦୧୮ରେ ଥାଇଲାଣ୍ଡ୍ର ଏକ ଗୁମ୍ଫାରେ ବନ୍ୟାଜଳ ପଶିଯିବାରୁ ସେଠାରେ ଫସି ରହିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ।।