ଅଲ୍-ଶିଫା ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା
ଗାଜା: ଅଲ୍-ଶିଫା ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ହସପିଟାଲ ଭିତରେ ଲୁଚିଥିବାରୁ ଇସ୍ରାଏଲ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଏକ ଅପରେସନ’ ଆରମ୍ଭ କରିଛି । ଆତଙ୍କବାଦୀମାନେ ଏହି ହସପିଟାଲକୁ ହମାସ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଗାଜାର କର୍ତ୍ତୃପକ୍ଷ ଡାକ୍ତରଖାନା ଭିତରେ ସମସ୍ତ ସାମରିକ କାର୍ଯ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ହମାସ ଏହି ହସ୍ପିଟାଲକୁ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛି ତାହାର ବଳିଷ୍ଠ ପ୍ରମାଣ ମିଳିଛି । ଉଭୟ ଇସ୍ରାଏଲ୍ ଏବଂ ଆମେରିକା ଅଭିଯୋଗ କରିଛନ୍ତି ଯେ ଅଣ୍ଡରଗ୍ରାଉଣ୍ଡ ଟନେଲ ନେଟୱର୍କ ବ୍ୟବହାର କରି ଏହି ହସ୍ପିଟାଲରେ କମାଣ୍ଡ ପୋଷ୍ଟ ଚାଲିଛି ଏବଂ ପଣବନ୍ଦୀମାନଙ୍କୁ ଲୁଚାଇବା ପାଇଁ ହମାସ ଆତଙ୍କବାଦୀମାନେ ସମଗ୍ର ହସ୍ପିଟାଲକୁ ଏକ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛନ୍ତି।