ଲଞ୍ଚ ହେଲା Jio AirFiber ସର୍ଭିସ

ଜାଣନ୍ତୁ ଏହାର ପ୍ଲାନ୍‌ ଏବଂ ଦାମ୍‌

ଭାରତର ୧୧୫ ସହରରେ ଆରମ୍ଭ ହୋଇଯାଇଛି । ପଥମେ ଏହି ସର୍ଭିସ କିଛି ମେଟ୍ରୋ ସହରରେ ହିଁ ସୀମିତ ଥିଲା ।Jio AirFiber ଡିଭାଇସ୍‌ ଜରିଆରେ କମ୍ପାନୀ ବିନା ତାରରେ ଆପଣଙ୍କ ଘରେ ଏବଂ ଅଫିସରେ 1.5Gbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ଯୋଗାଇଥାଏ । ଗତ ସେପ୍ଟେମ୍ବରରେ କମ୍ପାନୀ ୮ ସହରରେ Jio AirFiber ସର୍ଭିସ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହି ସର୍ଭିସ ୧୧୫ ସହରରେ ଆରମ୍ଭ କରାଯାଇଛି । ଏହି ସର୍ଭିସ ଆପଣଙ୍କ ସହରରେ ଲଞ୍ଚ ହୋଇଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ ଜିଓର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ପଡ଼ିବ । ଏହା ପରେ ନିଜ ସହର ନାମକୁ ଟାଇପ କରି ସର୍ଚ୍ଚ ଅପ୍ସନ ଉପରେ କ୍ଲିକ୍‌ କରିବାକୁ ପଡ଼ିବ ।