ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ

ଇସ୍ରାଏଲର ପ୍ରବଳ ବୋମାମାଡ଼ ପରେ ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ହମାସ ଆତଙ୍କବାଦୀ ସଂଗଠନ। ଏକ ମାସରୁ ଅଧିକ ଦିନ ହେଲା ଚାଲିଛି ଯୁଦ୍ଧ । ଯୁଦ୍ଧରେ ହମାସ ଆତଙ୍କବାଦୀମାନେ ଜୀବନ ବଂଚାଇଆା ପାଇଁ ଗାଜା ଛାଡି ପଳାୟନ କରୁଛନ୍ତି ।  ହମାସ ଗାଜା ଉପରେ ନିୟନ୍ତ୍ରଣ ହରାଇଛି। ଆତଙ୍କବାଦୀମାନେ ଦକ୍ଷିଣ ଦିଗକୁ ପଳାୟନ କରୁଛନ୍ତି।  ଗାଜା ଲୋକଙ୍କର ଆଉ ସରକାରଙ୍କ ଉପରେ ବିଶ୍ୱାସ ନାହିଁ ବୋଲି ଇସ୍ରାଏଲର ସେନା ମୁଖ୍ୟ ଗାଲାଣ୍ଟ କହିଛନ୍ତି। ଇସ୍ରାଏଲର ଘନ ଘନ ଆକ୍ରମଣ ପରେ ଅନେଲ ଟନେଲ ଧ୍ବଂସ ହୋଇଛି । ହଜାର ହଜାର ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି । ଉତ୍ତରରୁ ଦକ୍ଷିଣକୁ ଲୋକଙ୍କୁ ପଳାୟନ କରିବା ପାଇଁ ଇସ୍ରାଏଲ ଗାଜାବବାସୀଙ୍କୁ ଅନୁରୋଧ କରିଛି ।