ବାଙ୍ଗାଲୋର: ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ହରାଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ବେଙ୍ଗାଳୁରୁରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା ଶ୍ରୀଲଙ୍କା। କୁଶଲ ପରେରା ଦଳ ପାଇଁ ସର୍ବାଧିକ ୫୧ରନ କରିଥିବାବେଲେ ମହେଶ ତୀକ୍ଷଣା ଦ୍ବିତୀୟ ସର୍ବାଧିକ ୩୯ ରନ କରିଥିଲେ । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଖେଳିବା ସହ ୨୩.୨ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ କନଓ୍ବେ ୪୫, ରବୀନ୍ଦ୍ର ୪୨ ଓ ମିଚେଲ ୪୩ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମେଥ୍ୟୁସ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ଟେଣ୍ଟ ବୋଲ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଏହି ବିଜୟ ଫଳରେ ଦଳର ସେମିଫାଇନଲ ଆଶା ଏକପ୍ରକାର ଉଜ୍ଜ୍ବଳ ହୋଇଛି ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର