କିଛି ମାସ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା । ଏହି ସମୟରେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବେଶ ଉଦବିଗ୍ନ ହୋଇଉଠନ୍ତି । ଏପରି ସ୍ଥିତିରେ ବିଭିନ୍ନ ମାନସିକ ଚାପର ମଧ୍ୟ ଶିକାର ହୁଅନ୍ତି ଛାତ୍ରଛାତ୍ରୀ । ତେବେ ଏହି ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଖୋଲିବାକୁ ଯାଉଛି ଏକ ସ୍ୱତନ୍ତ୍ର ସେଲ ।ଏହି ସେଲ ଫେବ୍ରୁଆରି ପହିଲାରୁ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ମିଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏଠାରେ ପରାମର୍ଶ ଦିଆଯିବ । ଏ ନେଇ ବୁଧବାର ଓସେପା ସମ୍ମିଳନୀ କକ୍ଷରେ ଆଯୋଜିତ ଏକ କର୍ମଶାଳାରେ ନିଷ୍ୱତ୍ତି ନିଆଯାଇଛି ।ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ. କହିଥିଲେ- “ପିଲାମାନଙ୍କର ଶିକ୍ଷାଗତ ଉନ୍ନତି ଏବଂ ଦକ୍ଷତା ବିକାଶ ପାଇଁ ପରୀକ୍ଷା ଏକ ପ୍ରକ୍ରିୟା ମାତ୍ର । ଏହାକୁ ନେଇ ମାନସିକ ଚାପଗ୍ରସ୍ତ ହେବା ଅନୁଚିତ । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଆବଶ୍ୟକ ।
Trending
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
Next Post