ପ୍ରଥା ଫିଲ୍ମ ପୋଷ୍ଟର ଚିରିବା ବିବାଦ
ଭୁବନେଶ୍ୱର: ପ୍ରଥା ଫିଲ୍ମ ପୋଷ୍ଟର ଚିରିବା ବିବାଦକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗରେ ବିଧାନସଭା ଆଗରେ ପ୍ରତିବାଦ କରିବେ ପ୍ରଯୋଜିକା ସନଲିସା ପଟେଲ । ଆସନ୍ତା ୨୩ ତାରିଖରୁ ନ୍ୟାୟ ପାଇଁ ବିଧାନସଭା ସାମ୍ନାରେ ପ୍ରତିବାଦରେ ବସିବେ ପ୍ରଯୋଜିକା ସନଲିସା ପଟେଲ । ସନଲିସାଙ୍କ କହିବା କଥା ପଶ୍ଚିମ ଓଡ଼ିଶା ଫିଲ୍ମ ବିବାଦ ଯୋଗୁଁ ଯେଉଁ ଫିଲ୍ମ୍ ନିର୍ମାତାମାନଙ୍କ କ୍ଷତି ହୋଇଛି ସେମାନେ ମୋ ସହ ପ୍ରତିବାଦରେ ସାମିଲ ହୋଇପାରିବେ । ବାସ୍ତବରେ ଝାରସୁଗୁଡ଼ାର ଝିଅ ଓ ସମ୍ବଲପୁରର ବୋହୂ ସନ୍ଲିସା ପଟେଲଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରଥା’ ୫ ଦିନ ତଳେ ସାରା ଓଡ଼ିଶାର ୪୮ଟି ହଲ୍ରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନ ଫିଲ୍ମଟି ଭଲ ଦର୍ଶକୀୟ ଆଦୃତି ପାଇଥିଲେ ମଧ୍ୟ ଏହା ପରଦିନ ସବୁ ହଲ୍ରୁ ହଟାଇ ନେବାର ନିଷ୍ପତ୍ତି ନେଇଥିଲେ ‘ପ୍ରଥା’ର ପ୍ରଯୋଜିକା ଶ୍ରୀମତୀ ପଟେଲ।