ଗିଲ୍ ନୂଆ ୧ ନମ୍ବର
Shubman Gill's scintillating form in the ongoing ICC World Cup 2023 brought an end to Babar Azam's reign as the world's No. 1 ODI batsman
ଶୁବମନ୍ ଗିଲ୍ ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ପାକିସ୍ତାନର ବାବର ଆଜମଙ୍କୁ ଗାଦିଚ୍ୟୁତ କରି ନୂଆ ୧ ନମ୍ବର ହୋଇଛନ୍ତି। ଚଳିତ ବିଶ୍ବକପ୍ରେ ଶ୍ରୀଲଙ୍କା (୯୨) ଓ ଦକ୍ଷିଣ ଆଫ୍ରିକା (୨୩) ବିପକ୍ଷରେ ଭଲ ପ୍ରଦର୍ଶନ କରି ଏହି ମାନ୍ୟତା ପାଇଛନ୍ତି। ଏହା ଫଳରେ ଗିଲ୍ ଚତୁର୍ଥ ଭାରତୀୟ ଭାବେ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ୧ ନମ୍ବର ବ୍ୟାଟର୍ ହୋଇସାରିଛନ୍ତି। ଗିଲ୍ ଚଳିତ ବିଶ୍ବକପ୍ରେ ୬ଟି ପାଳିରୁ ୨୧୯ ରନ୍ କରିଥିଲା ବେଳେ ବାବର ୮ ପାଳିରୁ ୨୮୨ ରନ୍ ସଂଗ୍ରହ କରିଛନ୍ତି। କିନ୍ତୁ ଗିଲ୍ଙ୍କ (୮୩୦) ଠୁ ବାବର (୮୨୪) ୬ ରେଟିଂ ପଏଣ୍ଟ କମ୍ ପାଇ ଦ୍ବିତୀୟରେ ଅଛନ୍ତି। ସେହିପରି ଚେଜ୍ ମାଷ୍ଟର ବିରାଟ କୋହଲି ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟର କ୍ବିଣ୍ଟନ ଡି’କକ୍ (୭୭୧)ଙ୍କ ଠାରୁ କୋହଲି (୭୭୦) ମାତ୍ର ଗୋଟିଏ ପଏଣ୍ଟ କମ୍ ପାଇଛନ୍ତି। ଡେଭିଡ୍ ୱାର୍ଣ୍ଣର ପଞ୍ଚମ ଓ ରୋହିତ ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ କୁଲଦୀପ ଯାଦବ (୪), ଯଶପ୍ରୀତ ବୁମରା (୮) ଓ ମହମ୍ମଦ ସାମି (୧୦) ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି।