ଡିଜିସିଏ ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ସିଏଆର୍ ପାଳନ ନ କରିବା ଉପରେ ବିମାନ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ଡିଜିସିଏ ମଙ୍ଗଳବାର କହିଛି ଯେ ୨୦୨୩ ମେ’ରୁ ସେ ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ନିର୍ଦ୍ଧାରିତ ଘରୋଇ ଏୟାରଲାଇନ୍ଗୁଡ଼ିକର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ଜଣା ପଡ଼ିଥିଲା ଯେ ଏୟାର ଇଣ୍ଡିଆ ସମ୍ବନ୍ଧିତ ସିଏଆର୍ର ନିୟମଗୁଡ଼ିକୁ ପାଳନ କରୁନାହିଁ। ଏଭଳି ସ୍ଥଳେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସିଏଆର୍ର ନିୟମ କାହିଁକି ପାଳନ କରାଯାଇ ନାହିଁ, ତାହାର ଜବାବ ମାଗିଛି ଡିଜିସିଏ।ଜଣେ ପୂର୍ବତନ ବରିଷ୍ଠ ପାଇଲଟ୍ ଏୟାର ଇଣ୍ଡିଆ ବିରୋଧରେ ଡିଜିସିଏରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ଆରମ୍ଭ ହେବାର କିଛି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ଅଭିଯୋଗରେ ଦାବି କରାଯାଇଥିଲା କି, ଜରୁରୀକାଳୀନ ଅମ୍ଳଜାନ ଯୋଗାଣର ବ୍ୟବସ୍ଥା ବିନା ଆମେରିକାରେ ଏୟାରଲାଇନ୍ ବିମାନଗୁଡ଼ିକର ସଞ୍ଚାଳନ କରୁଥିଲା।
Trending
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
Next Post