ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ କ୍ୟାଟ୍ରିନା କୈଫଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ ହେଉଛି ।ଭିଡିଓକୁ ନେଇ ଏବେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେଲାଣି । AI ର ଏହିଭଳି ଭାବେ ଦୁରୁପଯୋଗ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ । ନିକଟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ AI ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ତେବେ X ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ । । ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସେୟାର କରାଯାଇଥିଲା । ଏହି ଭିଡିଓ ଦେଖିବା ପରେ X ର ଅନେକ ଯୁଜର୍ସ ଏହାର ଘୋର ବିରୋଧ କରିଛନ୍ତି । କେବଳ ସାଧାରଣ ଲୋକ ନୁହନ୍ତି, ଏହାକୁ ନେଇ କେନ୍ଦ୍ର IT ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଅମିତାଭ ବଚ୍ଚନ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ କହିଛନ୍ତି । ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପରେ ଏବେ Deepfake ଜାଲରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍।କେହି ଜଣେ ଡିପ୍ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କୁ ଲଜ୍ଜାଜନକ ପୋଷାକ ପିନ୍ଧାଇ ଦେଇଛନ୍ତି । ତାଙ୍କର ଅପ୍କମିଂ ଫିଲ୍ମ ‘ଟାଇଗର ୩’ର ଟାୱେଲ ଦୃଶ୍ୟରେ ଏଭଳି କାମ କରାଯାଇଛି । ଏବେ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଅଭିନେତ୍ରୀ ଏହି ସିନ୍ର ସୁଟିଂ ପଛର ଏକ ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ହେଲେ ଏବେ ଏହି ଫଟୋକୁ କେହି ଜଣେ ମର୍ଫ କରିଦେଇଛି । କ୍ୟାଟ୍ରିନା କୈଫ୍ଙ୍କର ଯେଉଁ ଡିପ୍ଫେକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ହ୍ଵାଇଟ୍ ଡିପ୍ ପ୍ଲଞ୍ଜିଙ୍ଗ୍ ନେକ୍ଲାଇନ ଟପ୍ ପିନ୍ଧିଥିବା ନଜର ଆସୁଛନ୍ତି ।ଏଥିରେ ତାଙ୍କର କ୍ଲିଭେଜ୍ ଗଭୀର ଭାବରେ ଦୃଶ୍ୟମାନ ହେଉଛି । ଯେତେବେଳେ କି, କ୍ୟାଟ୍ରିନା ଯେଉଁ ଫଟୋ ପୋଷ୍ଟ କରିଥିଲେ, ସେଥିରେ ସେ ଏକ ଟାୱେଲ ପିନ୍ଧିଥିଲେ ଏବଂ ତାଙ୍କର ନେକ୍ଲାଇନ ସମ୍ପୂର୍ଣ୍ଣ ଆଚ୍ଛାଦିତ ରହିଥିଲା ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post