ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ
ଭୁବନେଶ୍ବର ପିଏଚ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି। ପିଏଚ୍ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ବିଶ୍ବବନ୍ଧୁଙ୍କର ଭଦ୍ରକ ତୋରଣପଡାରେ ଥିବା ପୈତୃକ ବାସଭବନ, ଭିଏସଏସ ନଗରରେ ଥିବା ଦୁଇ ମହଲା କୋଠା, ରାଜଧାନୀ ଉପକଣ୍ଠ ରୁଦ୍ରପୁରରେ ଥିବା ଆସୋଟେକ ପ୍ରାଇଡରେ ତିନି ବେଡ଼ରୁମ ଫ୍ଲାଟ, ଭଦ୍ରକ ମଠସାହିରେ ଥିବା କୋଠା ସହ ଅଫିସ ଓ ସରକାରୀ ବାସଭବନରେ ଚଢ଼ାଉ ଚାଲିଛି | ଭୁବନେଶ୍ୱରର ଅଫିସ ସମେତ ୪ଟି ସ୍ଥାନରେ ଚଢ଼ଉ ହୋଇଛି।