ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତା’ହେଲେ ଶୀଘ୍ର କରନ୍ତୁ । ଏହି ମାସରେ ଧନତେରସ, ଦିୱାଲୀ ଏବଂ ଛଟ୍ ପୂଜା ସହିତ ଅନେକ ପର୍ବ ରହିଛି । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତା’ହେଲେ ଏହା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରନ୍ତୁ । ବର୍ତ୍ତମାନ ଏହି ସପ୍ତାହ ବ୍ୟାଙ୍କଗୁଡିକ ବୁଧବାର ଏବଂ ଗୁରୁବାର ଦିନ କେବଳ ଦୁଇ ଦିନ ପାଇଁ ଖୋଲିବ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କୌଣସି କାମ ଅଛି ତେବେ ଏହାକୁ କେବଳ ଏହି ୨ ଦିନରେ ଶେଷ କରନ୍ତୁ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ବ୍ୟାଙ୍କ ଛୁଟି ତାଲିକାରେ ରାଜ୍ୟ ଛୁଟି ମଧ୍ୟ ସାମିଲ ରହିଛି । ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ଛୁଟିଦିନରେ ବନ୍ଦ ରହିବ ଏବଂ ବ୍ୟାଙ୍କ ଏହି ସୁବିଧା ଯୋଗାଇ ଦେଇଛି ଯେ ଲୋକମାନେ ମୋବାଇଲ୍ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଘରେ ବସି କାମ କରିପାରିବେ, କିନ୍ତୁ ଏଭଳି ପରିସ୍ଥିତିରେ ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଛୁଟି ପୂର୍ବରୁ କ୍ୟାସର ବ୍ୟବସ୍ଥା କରନ୍ତୁ ।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ