କମ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର

ସାରା ଦେଶରେ କମ୍ ଦାମରେ ଅଟା ଯୋଗାଇବେ କେନ୍ଦ୍ର ସରକାର । ଭାରତ ଅଟା ନାଁରେ କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ଅଟା ଯୋଗାଇବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।ସମଗ୍ର ଦେଶର ୨ ହଜାର ଆଉଟଲେଟରେ ଏହି ଅଟା ମିଳିବ ।  ବଜାରରେ ଅଟା କିଲୋ ପିଛା ଦର ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସାଧାରଣ ଖାଉଟି ଏଥିରେ ଲାଭବାନ୍ ହେବେ । କିଛି ଦିନ ତଳେ ଗହମର ଦାମ ବଢିବା ସହ ଅଟା ବି ମହଙ୍ଗା ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଶସ୍ତାରେ ଅଟା ବିକିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଉପଭୋକ୍ତା ଶସ୍ତାରେ ଅଟା ପାଇବା ସହ ଅଟାର ମୂଲ୍ୟବୃଦ୍ଧି ଉପରେ ଲଗାମ ଲଗାଯାଇପାରିବ ।  ମୋବାଇଲ ଭ୍ୟାନ୍ ଜରିଆରେ ବିକ୍ରି କରାଯିବ ଭାରତ ଅଟା । ଏଥିରେ ୧୦ କେଜି , ୩୦ କେଜି ଭଳି ପ୍ୟାକେଟ୍ ଉପଲବ୍ସ ରହିବ । ଦିଲ୍ଲୀର ପ୍ରଗତି ମଇଦାନରେ  କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏହତ ମୋବାଇଲ ଭ୍ୟାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।  ଏଥି ସହ ନାଫେଡ ବା ନେସନାଲ ଏଗ୍ରିକଲଚର କୋଅପରେଟିଭ୍ ମାକେଟିଙ୍ଗ ଫେଡରେସନ ଅଫ୍ ଇଣ୍ଡିଆ, ସଫଲ, ମଦର ଡାଏରି ସହ ଅନ୍ୟାନ ସମବାୟ ଅନୁଷ୍ଠାନ ମାଧ୍ୟମରେ ବି ବିକ୍ରି ହେବ । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ କେନ୍ଦ୍ର ସରକାର ଏଭଳି ବଡ ଘୋଷଣା କରିଛନ୍ତି । ଏ