ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ୍

ନୂଆଦିଲ୍ଲୀ:  ଆଉଟ୍ ନହୋଇ ବଲ ଖେଳିବା ପୂର୍ବରୁ ଆଉଟ ହେଲେ ଶ୍ରୀଲଙ୍କା ଖେଳାଳି । ଏପରି ଘଟଣା ଦେଖିବାକୁ ବିରଳ ହୋଇଥିଲେ ମଧ୍ୟ ଆଜି ତାହା ଘଟିଛି । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ ଖେଳିବା ପୂର୍ବରୁ ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ । ବିଶ୍ବକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି ଏଭଳି କିଛି ।ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଛନ୍ତି ଫିଲଡ୍ ଅମ୍ପାୟର । ମ୍ୟାଥ୍ୟୁସ ବିଳମ୍ବରେ ପହଞ୍ଚିବାର କାରଣ କହିଥିଲେ । ମାତ୍ର ଅମ୍ପାୟାର ଏହାକୁ ଶୁଣି ନଥିଲେ । ସେପଟେ ବାଂଲାଦେଶ ମଧ୍ୟ ଏହି ଆଉଟକୁ ଫେରାଇ ନଥିଲା । ଫଳରେ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ସହ ମାଥ୍ୟୁସ ଯୁକ୍ତି କରିଥିଲେ ସୁଦ୍ଧା ଶୁଣିନଥିଲେ । ଶେଷରେ ବଲ ଖେଳିବା ପୂର୍ବରୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।  ଟାଇମ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ତିନି ମିନିଟ୍ ବିଳମ୍ବରେ କ୍ରିଜରେ ପହଞ୍ଚିଥିବାରୁ ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ ।