ଜନ୍ମମାଟିରେ ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର
ପିପିଲି : ଜନ୍ମମାଟିରେ ପହଁଚିଛି ସହିଦ ପ୍ରତାପ ପରିଡ଼ାଙ୍କ ପାର୍ଥିବ ଶରୀର । ମେଘାଳୟ ସୁରା କ୍ୟାମ୍ପରୁ ଘାଟୀକୁ ଯାଉଥିବା ସମୟରେ ସହିଦ ହୋଇଥିଲେ ବିଏସଏଫ୍ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ା । ତାଙ୍କ ଘର ପୁରୀ ଜିଲ୍ଲା ଗୋପ୍ ମଲ୍ଲ ଗାଁରେ । ଗତକାଲି ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ପ୍ରତାପଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ଗୋପ୍ ମଲ୍ଲ ଗାଁକୁ ନିଆଯାଇଛି ।ପିପିଲି ଓ ହରିପୁରରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ମଲ୍ଲ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରତାପଙ୍କ ବଡ଼ଭାଇ ସିଆରପିଏଫରେ କାର୍ଯ୍ୟରତ ଥିବା ବେଳେ ସାନଭାଇଙ୍ର ଦୁଇ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା I ପ୍ରତାପଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି I ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I