ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ିଆ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଢ଼ିଆ ନିବେଶ ବିକଳ୍ପ ଆସିଛି । ଏଥିରେ ନିବେଶ କରି ଗ୍ରାହକମାନେ ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ ।ଗ୍ରାହକମାନେ ସ୍ଥାୟୀ ଜମା (ଏଫଡି)ରେ ନିବେଶ କରି ୯.୨୧ ପ୍ରତିଶତ ସୁଧ ପାଇ ପାରିବେ । ଗତବର୍ଷ ମହଙ୍ଗା ଚରମସୀମାରେ ପହଞ୍ଚିବା ପରେ ରେପୋ ରେଟରେ ବୃଦ୍ଧି କରାଯାଇଥିଲା । ଏପରି ସ୍ଥିତି ବ୍ୟାଙ୍କମାନେ ଏଫଡି ଦରରେ ବୃଦ୍ଧି କରି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏଫଡି ଉପରେ ୯ ପ୍ରତିଶତରୁ ଅଧିକ ସୁଧ ପ୍ରଦାନ କରୁଛି ।ବ୍ୟାଙ୍କ ସିନିୟର ସିଟିଜେନ୍ସଙ୍କୁ ୯.୨୧ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହାଫଳରେ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କ ତାଲିକାରେ ସାମିଲ ହୋଇଯାଇଛି । ସାଧାରଣ ନାଗରିକଙ୍କ ପାଇଁ ୮.୬୧ ପ୍ରତିଶତ ସୁଧ ରହିଛି । ୭୫୦ ଦିନର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୯.୨୧ ପ୍ରତିଶତ ସୁଧ ମିଳିବ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post