ଭୁବନେଶ୍ୱର-ଜୟପୁରକୁ ଦ୍ୱିତୀୟ ବିମାନ

୯ଟାରେ ବାହାରି ୧୦ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଆଜିଠାରୁ ଦ୍ୱିତୀୟ ବିମାନ । ଗତ ବର୍ଷ ଭୁବନେଶ୍ୱର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ କୋରାପୁଟବାସୀ ବେଶ ଉତ୍ସାହିତ ରହିଛନ୍ତି ।ସୂଚନା ମୁତାବକ, ଏହି ବିମାନଟି ଭୁବନେଶ୍ୱର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରି ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ । ପ୍ରତି ସପ୍ତାହକୁ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ୧୦ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହି ବିମାନରେ ୯ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି ।