ଜିତିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ

ଗାଜା ସିଟିକୁ ୨ ଖଣ୍ଡ କରି ଦେଇଛି

ଆଜି ଇସ୍ରାଏଲ୍‌ ହାମସ ଯୁଦ୍ଧକୁ ୩୦ଦିନି ନିତିଲାନି । ଆକ୍ରମଣ ଜୋର୍‌ଦାର୍‌ କରି ଗାଜା ସିଟିକୁ ୨ ଖଣ୍ଡ କରି ଦେଇଛି ବୋଲି ରବିବାର ଦିନ ଇସ୍ରାଏଲ୍‌ କହିଛି। ଗାଜାରେ ମୃତ୍ୟୁସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବବ୍ୟାପୀ ଉଦ୍‌ବେଗ ଦେଖା ଦେଇଥିଲେ ବି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ପୁଣି ଥରେ ପ୍ରତିଜ୍ଞା କରି କହିଛନ୍ତି ପଣବନ୍ଦୀମାନେ ନ ଫେରିବା ଯାଏଁ ଯୁଦ୍ଧ ବିରତି ଘୋଷଣା କରାଯିବ ନାହିଁ। ଜିଣିବା ଯାଏଁ ଯୁଦ୍ଧ କରିବୁ। ଆମ ନିକଟରେ କୌଣସି ବିକଳ୍ପ ନାହିଁ।ଇସ୍ରାଏଲୀୟ ସେନା ରିଲିଜ୍‌ କରିଥିବା ‘ଫୁଟେଜ୍‌’ରେ ଦେଖାଯାଉଛି ରବିବାର ଦିନ ଗାଜାରେ ସୈନିକମାନେ ଦ୍ବାର ଦ୍ବାର ବୁଲି ଲଢ଼େଇ କରୁଛନ୍ତି। କମାଣ ଓ ବୁଲ୍‌ଡୋଜର୍‌ ବାଲି ଘାଣ୍ଟି ପକାଉଛି।