ମହାରାଷ୍ଟ୍ରରେ ଏକ ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍ଡିଆର୍ଏଫ୍)ର ସଦସ୍ୟମାନେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜ ଥିବା ଆଉ ୩ ଜଣଙ୍କୁ ଟିମ୍ ଖୋଜାଖୋଜି କରୁଛି। ରାୟଗଡ଼ ପୋଲିସ କହିଛି ଯେ ଡିଏନ୍ଏ ଟେଷ୍ଟ୍ ମାଧ୍ୟମରେ ଚିହ୍ନଟ କରିବା ପାଇଁ ନିଖୋଜ ୧୧ ଜଣଙ୍କ ପରିବାର ଲୋକଙ୍କଠାରୁ ନମୁନା ନିଆଯାଇଥିଲା। ନିଆଁ ଲାଗିବା ପରେ ଏହି ୧୧ ଜଣ ନିଖୋଜ ଥିବା ନେଇ ଘୋଷଣା କରାଯାଇଥିଲା। ଏନ୍ଡିଆର୍ଏଫ୍ର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ରାଇଗଡ଼ ଜିଲ୍ଲାର MIDC ମହାଡସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ବ୍ଲୁ ଜେଟ ହେଲ୍ଥ କେୟାର’ କାରଖାନାରେ ଶୁକ୍ରବାର ସକାଳ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି