୩ ଦିନ ପରେ ଫେରୁଛି ଶୀତ

 ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ

ରାଜ୍ୟକୁ ୩ ଦିନ ପରେ ପ୍ରବେଶ କରିବ ଥଣ୍ଡା ପବନ । ଏହାର ପ୍ରଭାବରେ ରାତ୍ରିରେ ତାପମାତ୍ରା କମିବ। ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ପାରଦ ହ୍ରାସ ପାଇବ । ସେପଟେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ହାଲୁକା ବର୍ଷା। ଆଜି ମଧ୍ୟ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।