ଫିଲ୍ମ ପାଇରେସୀକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ପାଇରେସୀ,ଚଳଚ୍ଚିତ୍ରର ବେଆଇନ ନକଲ ପ୍ରସ୍ତୁତି କାରଣରୁ ଚଳଚ୍ଚିତ୍ର ଉଦ୍ୟୋଗ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଫିଲ୍ମ ପାଇରେସୀକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି । ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦ ସିନେମାଟୋଗ୍ରାଫୀ (ସଂଶୋଧନ) ଆଇନ, ୧୯୫୨ ପାରିତ କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇରେସୀ ବିରୋଧରେ ଅଭିଯୋଗ ଗ୍ରହଣ କରିବା ଏବଂ ଡିଜିଟାଲ ପ୍ଲାଟଫର୍ମରେ ପାଇରେଟେଡ୍ କଣ୍ଟେଣ୍ଟ (ବେଆଇନ ଭାବେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କିମ୍ବା କାର୍ଯ୍ୟକ୍ରମର କପି) ହଟାଇବାକୁ ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନୋଡାଲ ଅଧିକାରୀମାନଙ୍କର ଏକ ସଂସ୍ଥାଗତ ବ୍ୟବସ୍ଥା ସ୍ଥାପନ କରିଛି। କପିରାଇଟ୍ ଆକ୍ଟ ଏବଂ ଆଇପିସି ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ପାଇରେଟେଡ୍ ଚଳଚ୍ଚିତ୍ର ବିଷୟବସ୍ତୁ ଉପରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସଂସ୍ଥାଗତ ବ୍ୟବସ୍ଥା ନଥିଲା। ଇଣ୍ଟରନେଟର ପ୍ରସାର ଏବଂ ପ୍ରାୟ ସମସ୍ତେ ମାଗଣାରେ ଚଳଚ୍ଚିତ୍ର ସଂକ୍ରାନ୍ତ ବିଷୟବସ୍ତୁ ଦେଖିବାକୁ ଆଗ୍ରହୀ ଥିବାରୁ ପାଇରେସୀରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରୋକ୍ତ ପଦକ୍ଷେପଦ୍ୱାରା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପାଇରେସୀ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ଚଳଚ୍ଚିତ୍ର ଉଦ୍ୟୋଗକୁ ଆଶ୍ୱସ୍ତି ମିଳିବ।ଏହି ବିଲ୍ ବିଷୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, ପାଇରେସୀ ଯୋଗୁଁ ପ୍ରତିବର୍ଷ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପକୁ ୨୦ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥାଏ। ଫିଲ୍ମ ତିଆରି କରିବାରେ ଫିଲ୍ମ ପାଇରେସୀକୁ ରୋକିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି, ଯାହାକି ଚଳଚ୍ଚିତ୍ର ଉଦ୍ୟୋଗର ଦୀର୍ଘଦିନର ଦାବି ଥିଲା ଏବଂ ନୋଡାଲ ଅଫିସର ନିଯୁକ୍ତି ସେହି ଦିଗରେ ଏକ ବଡ଼ ପଦକ୍ଷେପ ।