ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ
ଭୁବନେଶ୍ବର: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ବୈତ୍ରିବିହାରର ଏକ ଘରୋଇ କଲେଜରେ ଏମବିଏ କରୁଥିଲେ । ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଖାଲି ଏତିକି ନୁହେଁ ଯୁବତୀଙ୍କ ଠାରୁ ଦେବେଶ ୫ ଲକ୍ଷରୁ ଅଧିକ ଟଙ୍କା ବି ନେଇଥିଲେ । କିନ୍ତୁ ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ଦେବେଶ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ପରେ ନୟାପଲ୍ଲୀ ଥାନାରେ ଆସି ଏତଲା ଦେଇଥିଲେ ଯୁବତୀ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଦେବେଶଙ୍କ ଘର ଯାଜପୁରରେ ହୋଇଥିବାବେଳେ ଗତକାଲି ପୋଲିସ ତାଙ୍କୁ ବୁଧବାର ରାତିରେ ଗିରଫ କରିଥିବା ସୂଚନା ମିଳିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।