ଆପଲ୍‌କୁ ଆଇଟି ମନ୍ତ୍ରାଳୟର ନୋଟିସ୍‌

ନୂଆଦିଲ୍ଲୀ: ଆପଲ୍‌କୁ ଆଇଟି ମନ୍ତ୍ରାଳୟର ନୋଟିସ୍‌  । ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର । ବିରୋଧୀମାନଙ୍କ ଅଭିଯୋଗ ପରେ ଏପରି ନୋଟିସ ଜାରି କରାଯାଇଛି ।  ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗୁରୁବାର ଆପଲ୍‌କୁ ଏକ ନୋଟିସ୍ ପଠାଇ ‘ରାଷ୍ଟ୍ର-ପ୍ରାୟୋଜିତ ଆକ୍ରମଣ’ ଦାବିର ପ୍ରମାଣ ଦାଖଲ କରିବାକୁ କହିଛି। ଏ ନେଇ ତୁରନ୍ତ ଜବାବ ଦେବାକୁ ମନ୍ତ୍ରଣାଳୟ ଆପଲ୍‌କୁ କହିଛି।  ଆଇଟି ମନ୍ତ୍ରଣାଳୟ ଆପଲ୍‌ ପ୍ରତିନିଧିମାନଙ୍କୁ ଏହି ଆକ୍ରମଣ ‘ରାଷ୍ଟ୍ର-ପ୍ରାୟୋଜିତ’ ବୋଲି ସେମାନଙ୍କ ଦାବି ବିଷୟରେ ପଚାରିଛି। ଫୋନ୍‌ଗୁଡ଼ିକୁ ରିମୋଟ୍ ଆକ୍ସେସ୍ କରାଯିବ ଏବଂ ସମ୍ବେଦନଶୀଳ ଡାଟା ଲିକ୍ ହେବ ବୋଲି କେଉଁ ଆଧାରରେ ଆପଲ୍‌ କହୁଛି ମନ୍ତ୍ରଣାଳୟ ପଚାରିଛି।ଅକ୍ଟୋବର ୩୧ ତାରିଖରେ ତୃଣମୂଳ ସାଂସଦ ମହୁଆ ମୈତ୍ର, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ଆପ୍ ସାଂସଦ ରାଘବ ଚଢ଼ା, କଂଗ୍ରେସର ଶଶୀ ଥରୁର, ତାଙ୍କ ଦଳର ଗଣମାଧ୍ୟମ ଓ ପ୍ରଚାର ବିଭାଗ ମୁଖ୍ୟ ପୱନ ଖେରା ଏବଂ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସମେତ ଅନେକ ବିରୋଧୀ ନେତା ସେମାନଙ୍କ ଆଇଫୋନ୍‌କୁ ହ୍ୟାକିଂ ପାଇଁ ଚେଷ୍ଟା କରାଯାଉଥିବା ନେଇ ଆପଲ୍‌ଠାରୁ ସତର୍କ ସୂଚନା ପାଇଥିବା ଦାବି କରିଥିଲେ। ସେମାନେ ନିଜ ନିଜ ଏକ୍ସ ହ୍ୟାଣ୍ଡେଲରେ ମେସେଜର ସ୍କ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଥିଲେ।