ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍ ନେଇଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ଦୁଇଟି ସର୍ଭିସକୁ ସବସ୍କ୍ରିପସନ୍ ଦେବ । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ଅପ୍ସନ କେବଳ ୟୁରୋପୀୟ ୟୁଜର୍ସଙ୍କ ପାଇଁ ମିଳିବ ।ଏହି ପ୍ଲାନର ଦାମ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟରେ ୮୮୫ ଟଙ୍କା ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟ ୧,୧୪୫ ହେବ । ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ୟଜରଙ୍କୁ ଏହା ଆଡ୍ ଫ୍ରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲାନ୍ ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ପ୍ଲାନଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ମିଳିବ ।ଭାରତର ୟୁଜରମାନଙ୍କୁ ସେମାନଙ୍କର ଇନଷ୍ଟାଗ୍ରାମ ଫିଡରେ ଆଡ୍ ଆସିବା ଜାରି ରହିବ । କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ପ୍ଲାନଗୁଡିକ EUରେ ଲୋକପ୍ରିୟ ହୁଏ ତେବେ ମେଟା ଏହି ସର୍ଭିସକୁ ଭାରତରେ ଆଣିପାରେ ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post