ଗତକାଲି ଠାରୁ ଆରମ୍ଭ ହୋଇଛି। ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍ ହୋଟେଲର ସୁବିଧା । ଏଥର ତିନି ମାସ ଧରି ୭ ଟି ଜାଗାରେ ହେବ ଇକୋ ରିଟ୍ରିଟ୍ । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ ।ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ। ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍ ଟେରେନ୍ ଭେଇକିଲ୍(ଏଟିଭି)ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍ ସୁଟିଂ, ଆର୍ଚେରୀ, ବିଚ୍ ଭଲିବଲ, ଜେଟ୍ସ୍କି, ବାନାନା ରାଇଡ୍, ସ୍ପିଡ୍ ବୋଟ୍, ପାରାସେଲିଂ, ଇ-ବାଇସାଇକଲ୍ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ। କେବଳ ସେତିକି ନୁହେଁ, ଗାଇଡେଡ୍ ଟୁର୍ ସହ ଫରେଷ୍ଟ ଓ ନେଚର ଟ୍ରେଲ୍, ଭିଲେଜ୍ ୱାକ୍, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ। ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି ।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Prev Post
Next Post