ଗାଜାରେ ଅଟକି ଥିବା ବିଦେଶୀ ନାଗରିକମାନେ ବୁଧବାର ଗାଜାର ଦକ୍ଷିଣ ସୀମା ସଂଲଗ୍ନ ଇଜିପ୍ଟର ରାଫା ସୀମାନ୍ତ ଫାଟକ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶେଷ କରି ଯେଉଁମାନଙ୍କର ପାସପୋର୍ଟ ରହିଛି ସେହିମାନଙ୍କୁ ଗାଜା ଛାଡ଼ିବାର ସୁଯୋଗ ମିଳିଛି; ତେବେ କେତେ ବିଦେଶୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ପ୍ରାୟ ୪୦୦ ବୋଲି ଜଣାପଡ଼ିଛି। ଗାଜାରେ ୪୪ଟି ଦେଶର ପାସପୋର୍ଟଧାରୀ ନାଗରିକ ଓ ଜାତିସଂଘ ସହ ୨୮ଟି ସଂଗଠନର ସଦସ୍ୟ ତଥା କର୍ମଚାରୀ ଅବସ୍ଥାନ କରୁଥିବା ପ୍ରକାଶ। ଅକ୍ଟୋବର ୭ ପରେ ପ୍ରଥମ ଥର ଇଜିପ୍ଟ ରାଫା ସୀମାନ୍ତ ଫାଟକ ଖୋଲିବାରୁ ଏହା ସମ୍ଭବ ହୋଇଛି। ଅପରପକ୍ଷରେ ଇଜିପ୍ଟରୁ ରାଫା ଫାଟକ ଦେଇ ୨୦୦ ରିଲିଫ୍ ସାମଗ୍ରୀ ଥିବା ଟ୍ରକ୍ ଗାଜାକୁ ପ୍ରବେଶ କରିଛି। ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଫାଟକ ଅତିକ୍ରମ କରିବାର ସୁଯୋଗ ମିଳିନାହିଁ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post