ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା
ପାରାଦୀପ : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି କରିଛି ବନ ବିଭାଗ । ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ତେବେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ସାଧନ ସେମାନଙ୍କ ନିକଟରେ ନଥିବା ବେଳେ ସେପଟେ ମହାନଦୀ ମୁହାଣ ପୋତି ହୋଇଯିବା କାରଣରୁ ବରୁଣେଇ ମୁହାଣ ଦେଇ ଆସିବାକୁ ଅଧିକ ୩ ଘଣ୍ଟାର ତେଲ ପୋଡିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏପରି ପ୍ରତିବନ୍ଧକକୁ ସ୍ବାଗତ କରିଥିଲେ ସୁଦ୍ଧା ଦୀର୍ଘ ୭ ମାସ ଧରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଅସୁବିଧାରେ ପଡ଼ିବେ ବୋଲି କହିଛନ୍ତି ।