ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ
5T ଓ ନବୀନ ଓଡ଼ିଶାର ନବନିଯୁକ୍ତ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ, ଶୁଭେଛା ଜଣାଇଲେ ସାଉଥ ସୁପରଷ୍ଟାର ତଥା ରାଜନେତା କମଲ ହାସନ । ଜଣେ ଆଇଏଏସ୍ ଅଧିକାରୀ ଭାବରେ ପ୍ରଶାସନିକ ସେବାରେ ପରିଶ୍ରମ ଓ ସଚ୍ଚୋଟତା ଯୋଗୁଁ ସେ ଏତେ ସଫଳତା ପାଇଛନ୍ତି ତେଣୁ କମଳ ହାସନ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଓଡିଶା ସମୃଦ୍ଧିଶାଳୀ ହେବ ବୋଲି କମଲ ହାସନ କହିଛନ୍ତି । ନିଜେ ତାମିଲନାଡୁରେ ରାଜନୀତି ଆରମ୍ଭ କରିଥିବା କମଳ ହାସନ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବାରୁ ସେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇ ଉନ୍ନତି କାମନା କରିଛନ୍ତି | ତେବେ କମଲ ହାସନ ଏକା ଧାରାରେ ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣେ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ହୋଇଥିବା ବେଳେ ସେ ବର୍ତ୍ତମାନ ତାମିଲନାଡୁ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ।