ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ନିର୍ବାଚନ ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲାଗିପଡିଛନ୍ତି । କଂଗ୍ରେସ ମଧ୍ୟ ଏହି ଦୌଡରେ ଓହ୍ଲାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ ୩୧ ଅକ୍ଟୋବର ଦିନ କୋଲ୍ଲାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହାରି ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱ ପାର୍ଟୀ ଉପରେ ଅଭିଯୋଗ ଆଣିଛନ୍ତି ।କୋଲ୍ଲାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ସେ ବିଆରଏସ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତେଲେଙ୍ଗାନା ରାଜ୍ୟର ଗଠନ ପଛରେ ଜନତାଙ୍କର ଯେଉଁ ଆଶା ଆଂକାକ୍ଷା ଥିଲା, ତାଙ୍କ ସହ ବିଶ୍ୱାସଘାତ ହୋଇଛି ।ସେ ଆଗକୁ କହିଛନ୍ତି ଯେ, ରାଜ୍ୟର କଲେଶ୍ୱରମ ପ୍ରକଳ୍ପ ଆପଣଙ୍କ ପାଇଁ ଏକ ବଡ଼ ବିଶ୍ୱାସଘାତକତା । ଟଙ୍କା ଜନତା ଏବଂ ତାଙ୍କ ଭବିଷ୍ୟତ ପାଇଁ ଅଟେ ହେଲେ ମୁଖ୍ୟମନ୍ତ୍ରୀ ଗରିବ, କୃଷକ ଏବଂ ଦିନ ମଜୁରିଆଙ୍କ ୧ ଲକ୍ଷ କୋଟି ଟଙ୍କା ଖାଇଛନ୍ତି । କାଲେଶ୍ୱରମ ପ୍ରକଳ୍ପର କିଛି ସ୍ତମ୍ଭ ଭାଙ୍ଗିଯିବାର ରିପୋର୍ଟ ମଧ୍ୟ ଆସିଥିଲା ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post