ବଲିଉଡର ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର ଓ ଅଭିନେତ୍ରୀ ଭୂମି ପେଡନେକର ଗତ କିଛି ଦିନ ହେବ ନିଜ ଅପ୍କମିଂ ଫିଲ୍ମ ‘ଦ ଲେଡ୍ କିଲର୍’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମ ମେକର୍ସ ଦୁହିଁଙ୍କ ଫ୍ୟାନ୍ସଙ୍କୁ ଏକ ବଡ ସର୍ପ୍ରାଇଜ୍ ଦେଇ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ଫିଲ୍ମର ଟ୍ରେଲର ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍ରେ ହଇଚଇ ସୃଷ୍ଟି କରିବ ।ଟ୍ରେଲର୍ ଆରମ୍ଭ ଅର୍ଜୁନ କପୁରଙ୍କ ଠାରୁ ହୋଇଛି । ଷ୍ଟୋରୀରେ ଦେଖିବା ପାଇଁ ମିଳିଛି ଯେ ଅର୍ଜୁନ କପୁର ଏକ ନୂଆ ସହରକୁ ରହିବା ପାଇଁ ଯାଇଛନ୍ତି । ସେଠାରେ ସେ ଅଭିନେତ୍ରୀ ଭୂମି ପେଡନେକରଙ୍କ ସହ ତାଙ୍କ ଦେଖା ହେଉଛି । ତେବେ ଟ୍ରେଲରରେ ଅର୍ଜୁନ କପୁର ଏକ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି ଏବଂ ଭୂମି ମଧ୍ୟ ଜବରଦସ୍ତ ଲୁକ୍ରେ ନଜର ଆସୁଛନ୍ତି । ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଏହାକୁ ଦର୍ଶକ ବହୁତ ହିଁ ପସନ୍ଦ କରୁଛନ୍ତି ।
Trending
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Prev Post
Next Post