ଆଜି ପାକିସ୍ତାନ-ବାଂଲାଦେଶ ମୁହାଁମୁହିଁ
କୋଲ୍କାତା: ଚଳିତ ବିଶ୍ବକପ୍ରେ ପାକିସ୍ତାନ ଓ ବାଂଲାଦେଶ ଆଜି କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି। ଅପରାହ୍ନ ୨ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପାକିସ୍ତାନ ଲଗାତାର ୪ ଓ ବାଂଲାଦେଶ ଲଗାତାର ୫ ପରାଜୟର ସାମ୍ନା କରିବା ପରେ କୋଲ୍କାତାରେ ବିଜୟ ଧାରାକୁ ଫେରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି। କାରଣ ବାଂଲାଦେଶ ପରାଜିତ ହେଲେ ସେମିଫାଇନାଲ୍ ଦୌଡ଼ରୁ ସଂପୂର୍ଣ୍ଣ ରୂପେ ବାଦ୍ ପଡ଼ିବ। ହେଲେ ପାକିସ୍ତାନ ହାରିଲେ ମଧ୍ୟ ଗାଣେତିକ ହିସାବରେ ନକ୍ଆଉଟ୍ ଦୌଡ଼ରେ ରହିପାରିବ। ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ଏହାପରଠୁ ଆଉ ବିଜୟ ସ୍ବାଦ ପାଇନାହିଁ। ସେହିପରି ପାକିସ୍ତାନ ମଧ୍ୟ ପ୍ରଥମ ଦୁଇ ମ୍ୟାଚ୍ରେ ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କ୍ରମାଗତ ୪ ପରାଜୟ ବରଣ କରିଛି ବାବର ଆଜମଙ୍କ ଦଳ।