ଓଡ଼ିଶାର ୨୬ତମ ରାଜ୍ୟପାଳ ହେବେ ରଘୁବର ଦାସ

ଆଜି କରିବେ ଶପଥଗ୍ରହଣ

ଆଜି ନୂଆ ରାଜ୍ୟପାଳଙ୍କ ଶପଥଗ୍ରହଣ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ।